No Music Video Found

Listen on Suno
Untitled
20
Artist:SyntheticOctaves6578
Duration:3:23
Tags:Devotional song with Electric Guitar,Harmonium,and Flute
କହତୁ କାହିଁ ପାଇଁ ଚକା ଡ଼ୋଳିଆ ନାହିଁ ତ ହାତ ଗୋଡ଼ ଅଟୁ ଖଣ୍ଡିଆ ରୂପଟା ଦେଖୁବାକୁ ତୁଚ୍ଛା କାଳିଆ ତଥାପି ହୋଇଛୁ ତୁ ଗଳାମାଳିଆ ଯା’ ପେଟ ପୁରେ ନାହିଁ ଅଧା ପେଟୁଆ ନିତି ସେ ତୋ' ଦୁଆରେ ପଡ଼େ ଅଧୂଆ ନ କହୁ ପଦେ ତାକୁ ମନ ବୋଧୂଆ ତଥାପି ଭୁଲାଇ ତୁ କରୁ ଭକୁଆ ତୋ ପାଇଁ ଖଞ୍ଜା ଅନ୍ନ ସରୁ ଅରୁଆ ରଖୁଛ ଆମ ପାଇଁ ତୁଚ୍ଛା ନାଲିଆ ସେ ପୁଣି ଗୋଡ଼ି ମିଶା ବାଲିବାଲିଆ ଦିନେ ତ ରହୁନାହୁଁ ଉପବାସିଆ ମଠରେ ବସି ଖାଉ ତୁ ବଡ଼ ସୁଆଦଖିଆ ତୋ ପୂଜାରେ ଲାଗୁଥିବା ଭୋଗ ବଢ଼ିଆ ରନ୍ ପଲଙ୍କରେ ଶୋଉ ସ୍ଵାର୍ଥ ପରିଆ ଛିଣ୍ଡା କନ୍ଥାରେ ଆମେ ଅଧାନିଦୁଆ ଅଟୁ କି ସତେ ତୁହି ଅବି ବେକିଆ ଶୁଭୁନି ଗୁହାରୀ ଆମ ତୁକି କାଲୁଆ କହିବୁ ଆମେ ଦୁଃଖ ନୋହୁଁ ଡ଼ରୁଆ ଆମ ହୃଦୟ ଧନ ତୁହି ବନମାଳିଆ
